ଓଡ଼ିଶାଲାଇଭ ବ୍ୟୁରୋ

ସାରାଦେଶରେ ଟିକାକରଣ ତୃତୀୟ ଦିନରେ ପହଞ୍ଚିଛି।  ଏବେ ସୁଦ୍ଧା ଦେଶରେ ୩ ଲକ୍ଷ ୮୧ ହଜାର ୩୦୫ ଜଣ ଟିକା ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଟିକା ନେବା ପରେ ୫୮୦ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ହସ୍ପିଟାଲରେ ରଖାଯାଇ ଚିକିତ୍ସା ଚାଲିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସୋମବାର ଦେଶରେ ୧ ଲକ୍ଷ ୪୮ ହଜାର ୨୬୬ ଜଣ ଟିକା ନେଇଥିଲେ। ଟିକା ନେବାର ୨୪ ଘଣ୍ଟା ଭିତରେ ଉତ୍ତରପ୍ରଦେଶ, କର୍ଣ୍ଣାଟକରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ଟିକା ସହିତ କୌଣସି ସମ୍ପର୍କ ନାହିଁ ବରଂ ତାଙ୍କର ଫୁସଫୁସଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ଅନ୍ୟପଟେ ଆଜି ତୃତୀୟ ଦିନରେ ଦେଶବ୍ୟାପୀ ଟିକାକରଣ ଚାଲିଛି। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି।

Comment