ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ରାଲି କଥା ଦିଲ୍ଲୀ ପୋଲିସ ବୁଝିବ। ଏଥିରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ। ବୁଧବାର ଚାଷୀଙ୍କ ଟ୍ରାକ୍ଟର ରାଲି ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ଦିଲ୍ଲୀ ପୋଲିସ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରୁ ବୋଲି କୋର୍ଟ କହିଛନ୍ତି।

ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କର ଟ୍ରାକ୍ଟର ରାଲି କରିବାର ଯୋଜନା ରହିଛି। ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ ମାର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଚାଷୀ ଏଭଳି କରୁଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସୋମବାର ଏହି ମାମଲାର ଶୁଣାଣି କରି କୋର୍ଟ ଏ ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବ ବୋଲି କହିଥିଲେ। ଆଜି ପୁଣି ଥରେ ଏହି ମାମଲା ଶୁଣାଣି କରି ସେହି ସମାନ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନରେ ପ୍ରାୟ ୫୦ ଦିନ ପରେ ପହଞ୍ଚିଲାଣି। ହେଲେ ଚାଷୀଙ୍କ ଦାବି ପୂରଣ କରୁନାହାନ୍ତି ସରକାର। ଦାବି ପୂରଣ ହେଉନଥିବାରୁ ଚାଷୀ ଧାରଣାରେ ବସିଛନ୍ତି। କୃଷି ଆଇନ ପ୍ରତ୍ୟାହାର ନହେବା ଯାଲଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚାଷୀ କହିଛନ୍ତି।

Comment