ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକର ଶିମୋଗାରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ହୋଇଥିବା ଏକ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୋଲିସ କହିବା ମୁତାବକ ବିସ୍ଫୋରକ ଭର୍ତ୍ତି ଏକ ଟ୍ରକରେ ନିଆଁ ଲାଗିବା ଯୋଗୁଁ ଏହି ଅଘଟଣ ଘଟିଛି। ପୋଲିସ ଘଟଣାର ଛାନଭିନ ଜାରି ରଖିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଏକ ବଡ଼ ଧରଣର ଶବ୍ଦ ଶୁଭିଥିଲା। ଫଳରେ ଲୋକେ ଆତଙ୍କିତ ହୋଇଯାଇଥିଲେ। ଏ ସମ୍ପର୍କରେ ପୋଲିସକୁ ଜଣାଇବା ସହିତ ଲୋକେ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରିଥିଲେ। ପରେ ଶିମୋଗାରେ ଏହି ଟ୍ରକ୍ ବିସ୍ଫୋରଣ ଯୋଗୁଁ ଏଭଳି ହୋଇଥିବା ଜଣାପଡ଼ିଥିଲା।

ଏହି ଘଟଣାରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନତା ଜଣାଇଛନ୍ତି। ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଶୋକ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here