ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ସାଧାରଣ ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ଏଣିକି ୭୫ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଦେଶର ବରିଷ୍ଠ ନାଗରିକମାନଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି ଦେଇଛନ୍ତି କେନ୍ଦ୍ର ସରକାର। ୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ଼ କରାଯାଇଛି। ତେବେ କେବଳ ପେନସନଧାରୀ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।ସେହିପରି ୧୦ କୋଟି ଟଙ୍କାର କାରବାର ଥିବା କମ୍ପାନିଗୁଡ଼ିକ ପାଇଁ ଅଡିଟ ଅନାବଶ୍ୟକ ବୋଲି ଆଜିର ବଜେଟରେ କୁହାଯାଇଛି। ପୂର୍ବରୁ ଏହା ୫ କୋଟି ରହିଥିଲା। ଏହାକୁ ଦୁଇଗୁଣା ବୃଦ୍ଧି କରି ସରକାର ଏହି ଘୋଷଣା କରିଛନ୍ତି।

Comment