ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଟିକସ ଫାଙ୍କିବା ଟ୍ରକ୍ ମାଲିକଙ୍କୁ ମହଙ୍ଗା ପଡ଼ିଲା। ଟିକସ ଫାଙ୍କିବା ଅଭିଯୋଗରେ ଦୁଇଟି ଟ୍ରକ୍‌କୁ ୨ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଏହି ଜରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ।

ସୂଚନା ଅନୁସାରେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଦୁଇଟି ଟ୍ରକ୍ ଗୁଟକା ଓ ପାନ ମସଲା ବୋଝେଇ କରି ଯାଉଥିବା ଖବର ପାଇ ବାରିପଦା ଓ ରାଉରକେଲା ସେଣ୍ଟ୍ରାଲ ଏକ୍ସସାଇଜ ଏବଂ ଜିଏସ୍‌ଟି ବିଭାଗର ୧୦ ଜଣିଆ ଟିମ ଚଢ଼ଉ କରିଥିଲେ। ୧୮ ନଂ ଜାତୀୟ ରାଜପଥର କୁଲିଅଣା ଟୋଲ ପ୍ଲାଜା ନିକଟରେ ଦୁଇଟି ଟ୍ରକକୁ ଜବତ କରି ବାରିପଦା ସ୍ଥିତ କାର୍ଯ୍ୟାଳୟକୁ ଆଣିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଟ୍ରକ୍ ଦୁଇଟିରେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ପେଟି ପାନ ମସଲା ଥିବାବେଳେ ସେମାନଙ୍କର କାଗଜପତ୍ର ଯାଞ୍ଚ ବେଳେ କେନ୍ଦ୍ରୀୟ ଟିକସ ଦିଆଯାଇ ନଥିବା ଜଣାପଡ଼ିଥିଲା। ଏହାକୁ ନେଇ ଜିଏସ୍‌ଟି ବିଭାଗ ପକ୍ଷରୁ ଦୁଇ ଟ୍ରକ ମାଲିକଙ୍କୁ ଦୁଇ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଜରିମାନା ବାବଦକୁ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

Tags: #Tax #TaxEvasion #Truck #Penalty

Comment