ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଏଥିପାଇଁ ଶାସକ ଦଳ ବିଜେଡି ପ୍ରାର୍ଥୀ ଖୋଜା ଆରମ୍ଭ କରିଦେଇଛି। ତେଣୁ ମଙ୍ଗଳବାର ପିପିଲି ପର୍ଯ୍ୟବେଷକ ବିଧାୟକ ପ୍ରତାପ ଦେବଙ୍କ ଘରେ ଦଳ ପକ୍ଷରୁ ଏକ ବୈଠକ ହୋଇଛି। ଏହି ବୈଠକରେ ପିପିଲି ଏବଂ ଡେଲାଙ୍ଗ ବ୍ଲକରୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। ପ୍ରଦୀପ ମହାରଥୀଙ୍କ ଅନ୍ତେ ଦଳ କାହାକୁ ପ୍ରାର୍ଥୀ କରି ପିପିଲିରେ ନିର୍ବାଚନୀ ବୈତରଣୀ ପାର୍ କରିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।

ବିଜେଡି ସୁପ୍ରିମୋ ଯାହାକୁ ପ୍ରାର୍ଥୀ କରିବେ ଦଳୀୟ କର୍ମୀମାନେ ତାଙ୍କୁ ସମର୍ଥନ କରିବେ ବୋଲି କହିଥିଲେ ମଧ୍ୟ ମହାରଥୀଙ୍କ ପରିବାରରୁ ହିଁ କାହାକୁ ଟିକେଟ ଦେଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି। ଏପରିକି ପ୍ରଦୀପଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ଦଳ ଟିକେଟ ଦେଲେ ଭଲ ହେବ ବୋଲି ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି।କାହାକୁ ଟିକେଟ୍ ଦେବ ବିଜେଡି?

୨୦୦୦  ମସିହାରୁ ଏଯାବତ ପିପିଲିରୁ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହିଁ ଜିତି ଆସୁଥିଲେ। ତେଣୁ ମହାରଥୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଭିତରକୁ ବିଜେଡି କାହାକୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ଦଳ ଏଥର ପ୍ରଦୀପଙ୍କ ପତ୍ନୀ ପ୍ରତିଭା ମହାରଥୀ କିମ୍ବା ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ଟିକେଟ୍ ଦେଇ ଅନୁକମ୍ପା ଭୋଟ୍ ହାତେଇବାକୁ ଚାହିଁବ ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି।

Comment