ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ପକ୍ଷରୁ ଆଉ ତିନୋଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଲଗା ଅଲଗା ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ତିନି ବିଶ୍ୱବିଦ୍ୟାଳୟ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ।
କୁଳପତି ପଦ ପାଇଁ ଇଛୁକ ପ୍ରାର୍ଥୀମାନେ ଚଳିତ ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏକ ସର୍ଚ୍ଚ କମିଟି ପକ୍ଷରୁ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବ। କୁଳପତି ପଦ ପାଇଁ ବୟସ ସୀମା ୬୩ ବର୍ଷରୁ କମ ରଖାଯାଇଛି। ଏଥି ପୂର୍ବରୁ ୯ ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତି ଶେଷ ହୋଇଛି।

















