ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କୁ ଗିରଫ କରାଯାଇଛି। ପଞ୍ଜାବର ଜିରକପୁରରୁ ସେ ଗିରଫ ହୋଇଛନ୍ତି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସୂଚନା ଦେଇଛି।
ଦୀପ୍ ସିଦ୍ଧୁଙ୍କ ନାଁରେ ଅଭିଯୋଗ ଥିଲା ଯେ, ଗଣତନ୍ତ୍ର ଦିବସରେ ହିଂସା ପାଇଁ ଲୋକଙ୍କୁ ଉସକାଇଥିଲେ। ଚାଷୀଙ୍କ ଗାଡ଼ିକୁ ଲାଲକିଲ୍ଲା ଆଡ଼କୁ ନେବା ପାଇଁ ସେ ହିଁ ଉସକାଇଥିଲେ। ସେହିଦିନଠାରୁ ଦୀପ୍ ସିଦ୍ଧୁ ଫେରାର ଥିଲେ। ଦୀପ୍ ସିଦ୍ଧୁଙ୍କୁ ଗିରଫ କରିବା ଲାଗି ପୋଲିସ ଖୋଜୁଥିଲା। ଏମିତିକି ଫେରାର ଥିବା ଦୀପ୍ ସିଦ୍ଧୁଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥସହିତ ଅନ୍ୟ ୩ ଜଣଙ୍କ ନାଁରେ ବି ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଦୀପ ସିଦ୍ଧୁ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ୨୦୧୫ରେ ତାଙ୍କର ପ୍ରଥମ ଫିଲ୍ମ ‘ରମତା ଯୋଗୀ’ ଆସିଥିଲା। ଏକାଧିକ ପଞ୍ଜାବୀ ଫିଲ୍ମରେ ସେ ନେଗେଟିଭ ରୋଲ କରିଛନ୍ତି।
ଯେତେବେଳେ ୨୦୧୯ରେ ବିଜେପି ଟିକେଟରେ ପଞ୍ଜାବ ଗୁରଦାସପୁରରୁ ନିର୍ବାଚନ ଲଢୁଥିବା ସନ୍ନି ଦେଓଲଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେହି ଫଟୋ ଭାଇରାଲ ହେବା ପରେ ଦୀପ୍ ବିଜେପି ଓ ସେ ଜାଣିଶୁଣି ଏଭଳି କରିଥିବା କହିଥିଲେ ଚାଷୀ ନେତା ରାକେଶ ଟିକାୟତ।