ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶକୁ ପୁଣିଥରେ ଫେରିଛି କରୋନା। ରେଳ ପଥ ଓ ବିମାନ ବନ୍ଦରରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଗମନା ଗମନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ରାଜ୍ୟରେ କରୋନାର ଦିତ୍ୱୀୟ ଲହରୀକୁ ନଜରରେ ରଖି ନିଜର ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ।

“ ରେଲ୍‌ୱେ ଷ୍ଟେସନ ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ବିମାନ ବନ୍ଦରରେ ବିଏମ୍‌ସି ପକ୍ଷରୁ ଏକ ଟେଷ୍ଟିଂ ସେଣ୍ଟର କରାଯିବ। କରୋନା ଟେଷ୍ଟ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କର କରାଯିବ ସ୍କ୍ରିନିଂ ଟେଷ୍ଟ। ଯଦି ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଗଲା, ତେବେ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ”, କହିଛନ୍ତି ବିଏମ୍‌ସି କମିସନର।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିନାହିଁ। ପୂର୍ବରୁ ଯେଉଁଭଳି ଭାବରେ ଟେଷ୍ଟିଂ କରାଯାଉଥିଲା, ଏବେବି ସେମିତି ଟେଷ୍ଟିଂ କରାଯିବ, କିନ୍ତୁ ପୂର୍ବଅପେକ୍ଷା ଟେଷ୍ଟିଂର ମାତ୍ରା ବଢ଼ାଯିବ। ଡିଟେଲ୍ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟାକୁ ପୁଣିଥରେ ଫୋକସ୍ କରାଯିବ, କହି ନିଜର ପ୍ରତିକ୍ରିୟା ରଖିଛନ୍ତି କମିସନର। ଯେଉଁ ଅଞ୍ଚଳରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ଚେଷ୍ଟା ଚଳାଇଛି ବିଏମ୍‌ସି।

ଅନ୍ୟପଟେ ରାଜ୍ୟରେ ସତର୍କ ରହିବା ପାଇଁ ରାଜ୍ୟର ସବୁ ଜିଲ୍ଲାପାଳ, ମହାନଗର ନିଗମ, କମିସନରେଟ ପୋଲିସ, ଏସ୍‌ପି ଓ ଡିଏସ୍‌ପିମାନଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦୀପ୍ତ ମହାପାତ୍ର। ଜନଗହଳି ସ୍ଥାନମାନଙ୍କରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here