ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୨୫ ତାରିଖରୁ ଗୋପାଳପୁରରେ ଅନୁଷ୍ଠିତ ହେବ ସୈନ୍ୟବାହିନୀ ନିଯୁକ୍ତି ରାଲି। ଏଥିରେ ଭାଗ ନେବାପାଇଁ ଜାନୁଆରି ୨୪ରୁ ପଞ୍ଜୀକରଣ ଆରମ୍ଭ ହୋଇସାରିଥିବା ବେଳେ ପଞ୍ଜୀକରଣ ପାଇଁ ଶେଷ ତାରିଖ ରହିଛି ୯ ମାର୍ଚ୍ଚ। ଆଶାୟୀ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ପଞ୍ଜୀକରଣ କରିପାରିବେ। କେବଳ ପଞ୍ଜୀକୃତ ପ୍ରାର୍ଥୀମାନେ ହିଁ ରାଲିରେ ସାମିଲ ହୋଇପାରିବେ।

ଏହି ନିଯୁକ୍ତି ରାଲିରେ ଓଡ଼ିଶାର ୧୦ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଏବଂ କୋରାପୁଟ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

ପଦବୀ

ସୋଲଜର ଜେନେରାଲ ଡ୍ୟୁଟି

ବୟସ – ୧୭.୫ ବର୍ଷରୁ ୨୧ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୪୫ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଦଶମ ପାସ୍‌ କରିଥିବା ଆବଶ୍ୟକ। ସେହିପରି ପ୍ରତି ବିଷୟରେ ଅତି କମ୍‌ରେ ୩୩ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର ଟେକ୍ନିକାଲ

ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୫୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯୁକ୍ତ ୨ ବିଜ୍ଞାନ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଫିଜିକ୍ସ, କେମିଷ୍ଟ୍ରୀ, ମ୍ୟାଥ୍‌ ଏବଂ ଇଂରାଜୀରେ ୪୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର ଟେକ୍ନିକାଲ ନର୍ସିଂ ଆସିଷ୍ଟାଣ୍ଟ

ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୫୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯୁକ୍ତ ୨ ବିଜ୍ଞାନ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଫିଜିକ୍ସ, କେମିଷ୍ଟ୍ରୀ, ବାୟୋଲୋଜି ଏବଂ ଇଂରାଜୀରେ ଅତିକମ୍‌ରେ ୪୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର କ୍ଲର୍କ/ ଷ୍ଟୋର କିପର ଟେକ୍ନିକାଲ

ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୬୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯେକୌଣସି ବିଭାଗ(ବିଜ୍ଞାନ, ବାଣିଜ୍ୟ, କଳା)ରେ ଯୁକ୍ତ ୨ ପାସ୍‌ କରିଥିବା ଆବଶ୍ୟକ। ପ୍ରତ୍ୟେକ ବିଷୟରେ ୫୦ ପ୍ରତିଶତ ମାର୍କ ରହିଥିବ। ସେହିପରି ମ୍ୟାଥ୍‌/ ଆକାଉଣ୍ଟ୍‌ସ/ ବୁକ୍‌ କିପିଂ ବିଷୟ ରହିଥିବା ଦରକାର।

ସୋଲ୍‌ଜର ଟ୍ରେଡ୍‌ସ ମ୍ୟାନ୍‌ (ଦଶମ ପାସ୍‌) – ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ସୋଲ୍‌ଜର ଟ୍ରେଡ୍‌ସ ମ୍ୟାନ୍‌ (ଅଷ୍ଟମ ପାସ୍‌) – ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଚୟନ ପ୍ରକ୍ରିୟା

  • ଫିଜିକାଲ ଫିଟ୍‌ନେସ୍‌ ଟେଷ୍ଟ୍‌
  • ମେଡିକାଲ ଟେଷ୍ଟ୍‌
  • ରିଟେନ୍‌ ଟେଷ୍ଟ

ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ସୈନ୍ୟବାହିନୀର ନିଯୁକ୍ତି ୱେବସାଇଟ୍‌ www.joinindianarmy.nic.inରେ ନାମ ପଞ୍ଜୀକରଣ କରିପାରିବେ। ଏ ସମ୍ପର୍କିତ ସବିଶେଷ ସୂଚନା ଏହି ଲିଙ୍କ୍‌ରେ କ୍ଲିକ୍ କରି ପାଇପାରିବେ।

Comment