ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଓଡ଼ିଶା ଲୋକସେବା ଆୟୋଗ ଅଧୀନରେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୪.୦୩.୨୦୨୧
  • ଆବେଦନ ଶେଷ – ୨୩.୦୪.୨୦୨୧

ପଦବୀ ନାମ ଏବଂ ସଂଖ୍ୟା

– ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ

  • ଫିଜିକ୍ସ – ୨୨ଟି
  • କେମିଷ୍ଟ୍ରି – ୨୩ଟି
  • ଜୁଲୋଜି – ୧୪ଟି
  • ବଟାନି – ୧୧ଟି
  • ମ୍ୟାଥେମେଟିକ୍ସ – ୨୧ଟି
  • ଓଡ଼ିଆ – ୨୭ଟି
  • ଇଂଲିସ୍ – ୨୧ଟି

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଆବଶ୍ୟକୀୟ ଯୋଗ୍ୟତା – ଉପରୋକ୍ତ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଜଣକ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହ ବି.ଏଡ୍ ଡିଗ୍ରୀ ଲାଭ କରିଥିବା ଆବଶ୍ୟକ।

ଆବେଦନ ଫି – ୫୦୦ ଟଙ୍କା

ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗର ଓ୍ଵେବସାଇଟ୍ www.opsc.gov.inକୁ ଯାଇ ବିଜ୍ଞପ୍ତି ବିଷୟରେ ସଂପୂର୍ଣ୍ଣ ସୂଚନା ପାଇପାରିବେ।

Comment