ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧୩ ସକାଳର ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ସଂକ୍ଷେପରେ…
୧- ଢେଙ୍କାନାଳ ସାରଙ୍ଗସ୍ଥିତ ଜବାହର ନବୋଦୟ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ପ୍ରୀତିପଦ୍ମା ଦାସ ନୋଏଡାଠାରେ ଅନୁଷ୍ଠିତ ଜାତୀୟ କଣ୍ଢେଇ ମେଳାରେ ପ୍ରଥମ।
୨- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ଓଡ଼ିଶା ସରକାର ଯୁବକମାନଙ୍କୁ ବୋକା ବନାଉଛନ୍ତି।
୩-ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଓପିଏସସି ପକ୍ଷରୁ ଆନୁମାନିକ ତାରିଖ ଘୋଷଣା – ମେ’ ପ୍ରଥମ ସପ୍ତାହରୁ ଆରମ୍ଭ।
୪-ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଚେନ୍ନାଇକୁ ଉଡ଼ିବ ସ୍ପାଇସ ଜେଟ ବିମାନ।
୫-ଭୁବନେଶ୍ୱରରେ ଦୁଇଟି ପଞ୍ଚ ତାରକା ହୋଟେଲ ପାଇଁ ସିଙ୍ଗଲ ଉଇଣ୍ଡୋ କ୍ଲିଏରାନ୍ସ ଅଥରିଟିର ମଞ୍ଜୁରି।
୬-ମହାରାଷ୍ଟ୍ର ଓ କେରଳରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିମାନ ବନ୍ଦର ଓ ରେଳ ଷ୍ଟେସନରେ କରୋନା ପରୀକ୍ଷା ଜରୁରୀ।
୭-ବାଲେଶ୍ୱର ଉପକୂଳରେ ୩୦ କେଜି ଓଜନର ଭେକଟି ମାଛ ବିକ୍ରି କରି ୧୦ ଲକ୍ଷ ଟଙ୍କା ଘରକୁ ନେଲେ ମାଛ ବେପାରୀ।
୮-ନବରଙ୍ଗପୁର ଝରିଗାଁ ରୋଡ଼ରେ ସଂଜୀବ ସୁବୁଦ୍ଧି ନାମକ ବ୍ୟବସାୟୀଙ୍କୁ ଗୁଳି ମାଡ଼,ଅବସ୍ଥା ଗୁରୁତର।
୯-ଭୁବନେଶ୍ୱର ଓ କଟକ ହୋଟେଲରେ ରହୁଥିବା ଅତିଥିଙ୍କ ଖବର ରଖିବ ‘ଅତିଥି ଆପ’।
୧୦- ପ୍ରତିବାଦ ଓ ବିକ୍ଷୋଭ ଭିତରେ କଟକ ବଡ଼ ମେଡ଼ିକାଲ କଲେଜର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଉଛେଦ ଆରମ୍ଭ।










