ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ମୁଖ ଯୋଦ୍ଧା ଭାବେ ସାମ୍ବାଦିକମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଏଥିସହ ବିଭିନ୍ନ ମନ୍ଦିରର ସେବାୟତ, ରେଳ ବିଭାଗ, ବିଦ୍ୟୁତ ବିଭାଗ, ଜଳଯୋଗାଣ ବିଭାଗ, ବିମାନ ଓ ଜଳପରିବହନ ବିଭାଗ କର୍ମଚାରୀଙ୍କୁ ସାମିଲ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଟିକାକରଣ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର ସେବାୟତ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଟିକାକରଣ କରିବାକୁ ଚିଠିରେ ପ୍ରକାଶ କରାଯାଇଛି।

Comment