ଓଡ଼ିଶାଲାଇଭ୍ ବ୍ୟୁରୋ

କିଛିଦିନର ବ୍ୟବଧାନ ପରେ ଓଡ଼ିଶାରେ ଏବେ ପୁଣିଥରେ କରୋନା ମିଟର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି।

ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ଆଦି ପର୍ବପର୍ବାଣୀକୁ ସର୍ବସାଧାରଣ ସ୍ଥାନରେ ପାଳନ କରିବାକୁ ବାରଣ କରିଛନ୍ତି ସରକାର। କେବଳ ପରମ୍ପରାକୁ ବଞ୍ଚାଇ ରଖିବାକୁ ମାତ୍ର ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ପର୍ବଗୁଡ଼ିକୁ ପାଳନ କରାଯାଇ ପାରିବ। ଏନେଇ ଶୁକ୍ରବାର ସ୍ଵତନ୍ତ୍ର ରିଲିଫ୍ କମିସନର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ରାଜ୍ୟରେ ଆଗକୁ ଅନେକ ପର୍ବପର୍ବାଣୀ ପାଳନ ହେବାକୁ ଯାଉଛି। ଏଥିରେ ସଂଖ୍ୟାଧିକ ଲୋକଙ୍କ ସମାଗମ ହୋଇଥାଏ, ଯାହାକି କରୋନା ସଂକ୍ରମଣ ବୃଦ୍ଧିର ମୂଳ କାରଣ ହେବ। ତେଣୁ ସ୍ଥିତି ଅଣାୟତ ହେବା ପୂର୍ବରୁ ରାଜ୍ୟ ସରକାର ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି।

Comment