ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ ଓ୍ୱେବ୍‌ ସିରିଜ ‘ଷ୍ଟାର୍ଟଅପ୍‌ ଷ୍ଟୋରି’କୁ ସ୍ୱାଗତ।

“ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ଵପ୍ନ, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆରମ୍ଭ ହେବାକୁ ଯାଉଥିବା ୱେବ ସିରିଜ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ଏକ ସୁନ୍ଦର ପ୍ରୟାସ। ଏପରି ପ୍ରୟାସ ପାଇଁ ‘ଓଡ଼ିଶାଲାଇଭ୍‌’କୁ ସାଧୁବାଦ। ଏହା ଛାତ୍ରଛାତ୍ରୀ, ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ କମ୍ପାନି ଓ ଉଦ୍ୟୋଗ କ୍ଷେତ୍ରରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କୁ ଅନେକ ପ୍ରେରଣା ଯୋଗାଇବ”, ଓଡ଼ିଶାଲାଇଭ୍‌ର ଓ୍ଵେବ୍ ସିରିଜ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’କୁ ସୋସିଆଲ ମିଡିଆରେ ଏଭଳି ପ୍ରଶଂସା କରିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ।

“ଏପ୍ରିଲ୧, ଉତ୍କଳ ଦିବସ ଅବସରରେ ପ୍ରସାରିତ ହେବାକୁଥିବା ଷ୍ଟାର୍ଟଅପ୍ ଷ୍ଟୋରିର ପ୍ରଥମ ଏପିସୋଡକୁ ମୁଁ ଅପେକ୍ଷା କରିଛି। ଓଡ଼ିଶାରେ ପ୍ରଥମ ଥର ଲାଗି ଏଭଳି ଏକ ଓ୍ୱେବ୍ ସରିଜ୍ ଆସିବାକୁ ଯାଉଛି। ସୁବ୍ରତ ବାଗ୍‌ଚୀଙ୍କ ଉପସ୍ଥାପନାରେ ଏହି ଓ୍ୱେବ ସିରିଜ୍ ଆହୁରି ଜୀବନ୍ତ ହୋଇଉଠିଛି”, ଓଡ଼ିଶାଲାଇଭ୍‌ର ପୋଷ୍ଟକୁ ରିଟୁଇଟ କରି ଏହି ମନ୍ତବ୍ୟ ଦେଇଛନ୍ତି ଷ୍ଟାର୍ଟଅପ୍ ଓଡ଼ିଶାର ପୂର୍ବତନ ସଂଯୋଜକ ପ୍ରଶାନ୍ତ ବିଶ୍ଵାଳ।

ଫିକି ଇଣ୍ଡିଆର ସ୍କିଲ ଡିଭିଜନ ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି,”ଓ୍ୱେବ୍ ସରିଜ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ଓଡ଼ିଆ ଉଦ୍ୟୋଗୀମାନଙ୍କର ଯାତ୍ରାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବ। ଏହାକୁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଉପସ୍ଥାପନ କରିବେ। ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରଥମ ଏପିସୋଡ୍ ଦେଖିବା ପାଇଁ ଏପ୍ରିଲ ୧ରେ ଓଡ଼ିଶାଲାଇଭ୍ ସହ ଯୋଡ଼ି ହୁଅନ୍ତୁ।”

ଫିକି ଇଣ୍ଡିଆ ଏହି ଖବରକୁ ଟୁଇଟରରେ ରିଟୁଇଟ କରିଛି।

ଓଡ଼ିଶାଲାଇଭର ସୋସିଆଲ ଚ୍ୟାନେଲ ସହିତ ଏହାର ୱେବସାଇଟରେ ପ୍ରତି ମାସ ୧ ତାରିଖରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ଭିଡିଓ ସିରିଜ ପ୍ରକାଶିତ ହେବ। ସେହିପରି ପ୍ରତ୍ୟେକ ସାକ୍ଷାତକାର ଉପରେ ଆଧାରିତ ଏକ ଲେଖା ଓଡ଼ିଶାଲାଇଭ୍‌ ନ୍ୟୁଜ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହେବ।startup storyଏପ୍ରିଲ ୧ରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରଥମ ଅଧ୍ୟାୟ ଓଡ଼ିଶାଲାଇଭର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହେବ। ଏଥରର ଅତିଥି ହେଉଛନ୍ତି ‘ନେଷ୍ଟ ଆୱେ’ କମ୍ପାନିର ସହ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ। ଏହି ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ଷ୍ଟାର୍ଟଅପ୍‌ ଯାତ୍ରାର କାହାଣୀ ଭିଡିଓରେ ବେଶ୍‌ ସୁନ୍ଦର ଭାବେ ଫୁଟି ଉଠିଛି।ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ସେହିପରି ଇଣ୍ଡଷ୍ଟ୍ରି ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା। ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଛି।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ ସିରିଜରେ ପ୍ରସ୍ତୁତ ଭିଡିଓଗୁଡ଼ିକୁ ଆଗାମୀ ଦିନରେ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରମାନଙ୍କୁ ଦେଖାଇବାର ସୁଯୋଗ ସୃଷ୍ଟି କରାଯିବ। ଏହି ଭିଡିଓରୁ ସେମାନଙ୍କୁ ଉଦ୍ୟୋଗ ବିକାଶ ଓ ପରିଚାଳନା ସମ୍ପର୍କରେ ପ୍ରେରଣା ମିଳିବ। ଫଳରେ ଅନେକ ଚାକିରି ପଛରେ ନ ଗୋଡ଼ାଇ ନିଜ ଗୋଡ଼ରେ ଠିଆ ହେବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଆଗେଇ ଆସିବେ।

Comment