ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ିଲା ବିଦ୍ୟୁତ ଶୁଳ୍କ। ଏହାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଶୁଳ୍କ ଏପ୍ରିଲର ୪ରୁ ଲାଗୁ କରାଯିବା ନେଇ ସୂଚନା ମିଳିଛି। ବିପିଏଲ ଓ ଜଳସେଚନ ଉପଭୋକ୍ତାଙ୍କ ଦରରେ କୌଣସି ପରିବର୍ତ୍ତନ ହେବନାହିଁ। ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି।

ଏଣିକି ଉପଭୋକ୍ତାଙ୍କୁ ପ୍ରଥମ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୩ଟଙ୍କା ଦେବାକୁ ପଡ଼ିବ। ୫୧-୨୦୦ ୟୁନିଟ ପର୍ଯ୍ୟନ୍ତ ୪.୮୦ ପଇସା, ୨୦୧-୪୦୦ ୟୁନିଟ ପର୍ଯ୍ୟନ୍ତ ୫.୮୦ ପଇସା ଦେବାକୁ ପଡ଼ିବ। ଯଦି ୪ ଶହ ୟୁନିଟରୁ ଅଧିକ ହୁଏ ତେବେ ୬.୨୦ ପଇସା ଦେବାକୁ ପଡ଼ିବ।

ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ମିଳିବ। ଯେଉଁମାନେ ଡିଜିଟାଲରେ ପେମେଣ୍ଟ କରିବେ, ସେହିକ୍ଷେତ୍ରରେ ଉପୋଭୋକ୍ତାଙ୍କୁ ରିହାତି ଦିଆଯିବ। ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ।

Comment