ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁଳି ଉପଭୋକ୍ତାଙ୍କୁ ଦଶ ଦିନର ମହଲତ ଦେଲା ସେସୁ। ଯେଉଁ ଉପଭୋକ୍ତାମାନଙ୍କର ଏପର୍ଯ୍ୟନ୍ତ  ବିଜୁଳି ବିଲ୍ ଦେଇନାହାନ୍ତି ସେମାନେ ଫେବ୍ରୁଆରି ୧୬ ସୁଦ୍ଧା ଟଙ୍କା ଦାଖଲ କରନ୍ତୁ। ନଚେତ୍ ୧୬ ତାରିଖ ପରେ ସେମାନଙ୍କର ବିଦ୍ୟୁତ୍ କାଟି ଦିଆଯିବ। ସେସୁର ସିଇଓ ଅରୁଣ ବୋଥ୍ରା ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଗତ କିଛି ଦିନ ଧରି ସେସୁ ପକ୍ଷରୁ ଯେଉଁ ବିଦ୍ୟୁତ୍ କାଟ୍ କରାଯାଉଛି ଏହାଦ୍ୱାରା ଲୋକମାନେ ସଚେତନ ହେଉଛନ୍ତି। ଲୋକମାନେ ଆଉ ବିଦ୍ୟୁତ୍ ବିଲ୍ ବାକି ରଖୁନାହାନ୍ତି। ଯେଉଁ ଲୋକମାନଙ୍କ ବିଦ୍ୟୁତ୍ ବିଲ୍ ବାକି ରଖିଛନ୍ତି ସେମାନେ ମଧ୍ୟ ଆସି ବିଦ୍ୟୁତ୍ ବିଲ୍ ଦାଖଲ କରିଦେଇ ଯାଉଛନ୍ତି। ତେଣୁ ଲୋକମାନଙ୍କୁ ସେସୁ ପକ୍ଷରୁ ଆଉ ୧୦ ଦିନ ପାଇଁ ସମୟ ଦିଆଯାଉଛି। ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ବାକି ଅଛି ସେମାନେ ତୁରନ୍ତ ଆଣି ଦାଖଲ କରନ୍ତୁ ବୋଲି ସେ କହିଛନ୍ତି।

ଏଥିସହିତ ସେସୁ ପକ୍ଷରୁ ଏହି ବିଦ୍ୟୁତ୍ କାଟ୍ ବ୍ୟବସ୍ଥାକୁ ସରକାର ସହଯୋଗ ଜଣାଇବା ଏବଂ ପୋଲିସ୍ ପ୍ରଶାସନ ଏଥିରେ ସହଯୋଗ କରିଥିବାରୁ ସେ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Comment