ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଚୈତ୍ର ମେଳା। ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ପଡ଼ୁଥିବାରୁ, ଜିଲ୍ଲାରେ ଏହି ମେଳା ଆରମ୍ଭ ହୋଇଯାଇଛି। ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ଏହି ମେଳା ପାଳନ କରାଯାଉଛି। ଦର୍ଶନ ସମୟରେ ସମସ୍ତ ଶ୍ରଦ୍ଧାଳୁ ମୁହଁରେ ମାସ୍କ ପିନ୍ଧିବାକୁ ପ୍ରଶାସନ ତରଫରୁ ବାଧ୍ୟତାମୂଳକ କରାଯାଇଛି।

କରୋନାର ଦ୍ୱିତୀୟ ଲହରୀ ସମୟରେ ମା’ଙ୍କ ଯାତ୍ରା କୋଭିଡ କଟକଣାରେ ପାଳନ କରାଯାଉଛି। ବୟସ୍କ, ଗର୍ଭବତୀ ଓ ଛୋଟ ପିଲାମାନଙ୍କୁ ମେଳା ସ୍ଥାନକୁ ନଆସିବାକୁ ବାରଣ କରାଯାଇଛି। ଭକ୍ତମାନଙ୍କ ଦର୍ଶନ ପାଇଁ ପୀଠରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ୧୦ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଖରାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ପୋଲିସ ଅଧିକାରୀମାନେ ସେଠାରେ ରହି ସ୍ଥିତି ପରିଚାଳନା କରୁଛନ୍ତି। ଏହି ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ, ସେଥିପାଇଁ ସଜାଗ ରହିଛି ପ୍ରଶାସନ। ଜନଗହଳି ନିୟନ୍ତ୍ରଣ ପାଇଁ ଗଞ୍ଜାମ ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି।

Comment