ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଯେତେବେଳେ ଛାତ୍ରଛାତ୍ରୀମାନେ ଚାପମୁକ୍ତ ରହିବେ ସେତେବେଳେ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବ। ଆତ୍ମବିଶ୍ୱାସ ବଢ଼ିଲେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଭଲ ହେବ। ତେଣୁ ଅଭିଭାବକମାନେ ପିଲାଙ୍କ ଉପରେ ଚାପ ପକାନ୍ତୁ ନାହିଁ’’, ପରୀକ୍ଷା ପେ’ ଚର୍ଚ୍ଚାରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବୁଧବାର ମୋଦୀ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। କରୋନା ମହାମାରୀ ଭିତରେ ପିଲାମାନେ କିଭଳି ଦୃଢ଼ ମନୋବଳ ସହ ପରୀକ୍ଷା ଦେଇପାରିବେ ଏ ସମ୍ପର୍କରେ ମୋଦୀ ଆଲୋଚନା କରିଥିଲେ।

ଏହି ଅବସରରେ ମୋଦୀ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ପରୀକ୍ଷା ସମ୍ବନ୍ଧିତ ବିଭିନ୍ନ ଦ୍ୱନ୍ଦ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ମୋଦୀ ଆହୁରି ମଧ୍ୟ କହିଥିଲେ ଯେଉଁ ବ୍ୟକ୍ତମାନେ ଜୀବନରେ ସଫଳ ହୋଇଥାଆନ୍ତି, ସେମାନେ ପ୍ରତିଟି ବିଷୟରେ ପାରଙ୍ଗମ ହୋଇନଥାନ୍ତି। କିନ୍ତୁ ଗୋଟିଏ ବିଷୟରେ ସେମାନେ ବହୁତ ଭଲ ପ୍ରଦର୍ଶନ କରିଥାନ୍ତି।

‘‘ଖାଲି ସମୟ ହିଁ ଜୀବନର ସବୁଠାରୁ ଅଧିକ ହୋଇଥାଏ। ଏଣୁ ଖାଲି ସମୟକୁ ଉପଯୋଗ କରିବା ନିହାତି ଆବଶ୍ୟକ। ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଗୋଟିଏ ସୁଯୋଗ। ଏହା କେବେ ହେଲେ ସ୍ୱପ୍ନର ଶେଷ ନୁହେଁ। ପରୀକ୍ଷା ଆପଣମାନଙ୍କର ଜୀବନର ଶେଷ ମାଇଲଷ୍ଟୋନ ନୁହେଁ। ଅଭିଭାବକ ଓ ଶିକ୍ଷକମାନେ ପିଲାମାନଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ’’, କହିଥିଲେ ମୋଦୀ।

LEAVE A REPLY

Please enter your comment!
Please enter your name here