ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରୁ ରାଜ୍ୟର ସମସ୍ତ ଡ୍ରାଇଭିଂ ଏବଂ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ମଙ୍ଗଳବାର ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ପରବର୍ତ୍ତୀ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆରଟିଓରେ ଡିଏଲ୍ ଏବଂ ଏଲଏଲ୍ ଟେଷ୍ଟକୁ ସ୍ଥଗିତ ରଖିବାକୁ କୁହାଯାଇଛି। ଏପ୍ରିଲ ୨୨ ପରେ ଯେଉଁମାନଙ୍କର ଡିଏଲ୍ କିମ୍ଵା ଏଲଏଲ୍ ପରୀକ୍ଷା ପାଇଁ ସ୍ଲଟ୍ ରହିଥିଲା ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉଥରେ ସ୍ଲଟ୍ ଦିଆଯିବ।

ଡ୍ରାଇଭିଂ ଲାଇସେନ୍ସ ଏବଂ ବାହାନ ସହିତ ସଂପୃକ୍ତ ସେବାଗୁଡ଼ିକୁ ହ୍ରାସ କିମ୍ଵା ଆବଶ୍ୟକ ସ୍ଥଳେ ସ୍ଥଗିତ ରଖିବାକୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ରାଜ୍ୟ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଡିଏଲ୍ ଏବଂ ଏଲଏଲ୍ ଟେଷ୍ଟ ସ୍ଥଗିତ ହେବାର ବିଜ୍ଞପ୍ତିକୁ ଫେସବୁକ୍ ଏବଂ ଟୁଇଟର ଆଦିରେ ପୋଷ୍ଟ କରି ଜନସାଧାରଣଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Comment