ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଷ୍ପା ହେଉ କି ପୁଷ୍ପରାଜ! ହେଲମେଟ୍ ନ ପିନ୍ଧି ଗାଡ଼ି ଚଲାଉଥିଲେ ସମସ୍ତଙ୍କ ଚାଲାଣ କଟିବ। ହେଲମେଟ୍ ପିନ୍ଧିବା ନିୟମକୁ ଅମାନ୍ୟ କରୁଥିବା ଅମାନିଆଙ୍କ ଉଦ୍ଦେଶ୍ୟରେ ଏଭଳି ଟୁଇଟ୍ କରିଛି ରାଜ୍ୟ ପରିବହନ ବିଭାଗ। ନିକଟରେ ରିଲିଜ୍ ହୋଇଥିବା ସାଉଥ ଫିଲ୍ମ ‘ପୁଷ୍ପା’ର ପ୍ରସିଦ୍ଧ ଡାଇଲଗ୍‌ ଢଙ୍ଗରେ ବିଭାଗ ପକ୍ଷରୁ ଏପରି କୁହାଯାଇଛି।

ପରିବହନ ବିଭାଗର ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଫୋନରୁ ଫୋନକୁ ଘୁରି ବୁଲୁଛି ଫଟୋ କ୍ୟାପସନଟି। ଏପରି କୌତୁହଳ ଢଙ୍ଗରେ ହେଲମେଟ୍ ନିୟମ ପାଳନ କରିବାକୁ ବିଭାଗ ପରାମର୍ଶ ଦେଇଥିବାରୁ ସାମାଜିକ ଗଣମାଧ୍ୟମରେ ଅନେକ ଏହାକୁ ସ୍ଵାଗତ କରିଛନ୍ତି।ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ ପୁଷ୍ପା ଫିଲ୍ମର ନାୟକ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ତାଙ୍କର ଏକ ଦମ୍‌ଦାର ଡାଇଲଗ୍ ରହିଛି ‘ପୁଷ୍ପା, ଝୁକେଗା ନେହିଁ’। ଭାଇଗିରି ସ୍ଵାଗ୍‌ରେ ଆଲୁ କହିଥିବା ଏହି ଡାଇଲଗ୍‌କୁ ସମସ୍ତେ କପି କରୁଛନ୍ତି। ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଏବେ ପୁଷ୍ପାର କ୍ରେଜ୍ ଦେଖିବାକୁ ମିଳିଛି। ତେଣୁ ପୁଷ୍ପାର ଡାଇଲଗ୍ ଢଙ୍ଗରେ ହେଲମେଟ୍ ପିନ୍ଧିବା ପ୍ରତି ସଚେତନତା କରିଛି ପରିବହନ ବିଭାଗ।

Comment