ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ ପରିସ୍ଥିତି ଲାଗି ରହିଛି। ତେଣୁ ଏପରି ସ୍ଥିତିରେ ରାଜ୍ୟ ଛାଡ଼ି ଅନ୍ୟତ୍ର ନ ଯିବା ପାଇଁ ଶ୍ରମିକମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ଜୀବିକା ପାଇଁ ଓଡ଼ିଶାରେ ବହୁତ କାମ ଅଛି। ଏଣୁ ଶ୍ରମିକମାନେ ଏଠି ରହି କାମ ଧନ୍ଦା ଖୋଜିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ବାହାର ରାଜ୍ୟର ଲୋକେ କାମ ଧନ୍ଦା ଅନ୍ୱେଷଣରେ ଓଡ଼ିଶା ଆସୁଛନ୍ତି। କିନ୍ତୁ ଓଡ଼ିଶାର ଲୋକ ବାହାର ରାଜ୍ୟକୁ ଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ଏହା ଫଳରେ ସେମାନେ ନାନା ପ୍ରକାର ଅସୁବିଧାରେ ପଡୁଛନ୍ତି ଓ ଲକଡାଉନ, ସଟଡାଉନ ହେବା ପରେ ବିକଳରେ ଘରକୁ ଫେରୁଛନ୍ତି।

ଏଥିପାଇଁ କିଛି ଦଲାଲ ଦାୟୀ। ତେଣି ଦଲାଲମାନଙ୍କ କାର୍ଯ୍ୟକଳାପ ଉପରେ ସରକାର ନଜର ରଖିଥିବା ମନ୍ତ୍ରୀ କହିଛନ୍ତି। ତେଣୁ ଶ୍ରମିକ ଓ ତାଙ୍କ ପରିବାରମାନେ ଦଲାଲମାନଙ୍କ କଥାରେ ପଡ଼ି ନିଜ ଗାଁ ଛାଡ଼ି ବାହାରକୁ ନ ଯାଆନ୍ତୁ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ ନିବେଦନ କରିଛନ୍ତି।

Comment