ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜଳାପୁଟ ଅଞ୍ଚଳରୁ ଏକ ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଉକ୍ତ ଟ୍ରକରେ ଅଭିନଵ ଉପାୟରେ ପ୍ରାୟ ୧କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା। ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିଛି ପୋଲିସ।

ଜଳାପୁଟର ଜବାଗଡ଼ ଅଞ୍ଚଳରୁ ଏକ ପଣସ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶକୁ ଯାଉଥିଲା। କୌଣସି ସୂତ୍ରରୁ ଖବରପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଟିକାପୁର ଛକ ନିକଟରେ ଯାଞ୍ଚ କରୁଥିଲେ। ସେହି ସମୟରେ ଦ୍ରୁତ ବେଗରେ ଏକ ପଣସ ବୋଝେଇ ଟ୍ରକ ଆସିବାରୁ, ପୋଲିସ ସନ୍ଦେହ କରି ତାକୁ ଅଟକାଇଥିଲା। ଯାଞ୍ଚ ସମୟରେ ଉକ୍ତ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ଥିବା ଗୁଣ୍ଟୁରର ୩ଅଭିଯୁକ୍ତ ଭି.ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ ନାରାୟଣକୁ ଗିରଫ କରିଛି ପୋଲିସ।ଟ୍ରକରୁ ୧ହଜାର ୮କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି। ଏଥିସହ ସେମାନଙ୍କଠାରୁ ୪ଟି ମୋବାଇଲ ଫୋନ, ୩,୫୦୦ଟଙ୍କା ମଧ୍ୟ ଜବତ କରାଯାଇଛି। ମାଛକୁଣ୍ଡ ପୋଲିସ ପାଇଁ ଏହି ଅପରେସନ ଏକ ବଡ଼ ସଫଳତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Comment