ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା କୃଷି ଅଧିକାରୀ ବସନ୍ତ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି। କିଛିଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ହେଲେ କରୋନା ଲଢ଼େଇରେ ସେ ହାରିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

କୋଭିଡ୍ ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି। ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ମୋଟେ ପଜିଟିଭ୍ କେସ୍ ୯ହଜାର ପାର କରିଛି। ସେହିପରି କରୋନା ସଂକ୍ରମଣ ଆଧାରରେ ନୟାଗଡ଼ ଜିଲ୍ଲା ଏବେ ରେଡ୍ ଜୋନ୍‌ରେ ରହିଛି।କରୋନା ଦ୍ୱିତୀୟ ଲହର ଆରମ୍ଭରୁ ଜିଲ୍ଲାରେ ଦୈନିକ ପଜିଟିଭ୍ ସଂଖ୍ୟା ୨ରୁ ୩ ମଧ୍ୟରେ ସୀମିତ ରହୁଥିଲା। କିନ୍ତୁ ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ତାହା ୩ଅଙ୍କ ଛୁଇଁଥିବା ବେଳେ ଚଳିତ ମେ’ମାସ ପ୍ରଥମରୁ ଦୈନିକ ସଂକ୍ରମଣ ସଂଖ୍ୟା ୨ଶହରୁ ଅଧିକ ଦେଖାଯାଉଛି।

ସରକାରୀ ହିସାବରେ ମେ’୭ ତାରିଖ ସୁଦ୍ଧା ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୯୩୫୬ ରହିଛି। ସେମାନଙ୍କ ମଧ୍ୟରୁ ୭୪୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୨୪ ଜଣ କରୋନା ରୋଗୀ ଏବେ ଚିକିତ୍ସିତ ଅଛନ୍ତି। ସେହିପରି ଜିଲ୍ଲାରେ ଏଯାବତ୍ ମୋଟ୍ ୪୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି।

Comment