ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା’ ଖାଲି  ଗୋଟିଏ ଶବ୍ଦ ନୁହେଁ ଏହା ଏକ ଅନୁଭବା ଏହାକୁ କେବେ ବାଖ୍ୟା କରିହୁଏ ନାହିଁ। ଦୁନିଆର ସବୁ ପିଲାଙ୍କ ପାଇଁ ଏହା ଏକ ନିଆରା ସମ୍ପର୍କା ମା’ କାନିରେ ଥାଏ ସ୍ୱର୍ଗ ସୁଖା ଆଜି ସେହି ମା’ ପାଇଁ ଦିନ ଟିଏ ଅର୍ଥାତ୍‌ ‘ମାତୃତ୍ୱ ଦିବସ’। ପ୍ରତି ବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ମାତୃତ୍ୱ ଦିବସ ପାଳନ କରାଯାଏ।

ମା’କୁ ସମ୍ମାନ ଦେବା ଲାଗି ଏହି ଦିନର ଆରମ୍ଭ ପ୍ରଥମେ ଆମେରିକାରୁ ହୋଇଥିଲା। ୧୮୮୬ରେ ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁ ସଂଘର୍ଷ ଲାଗି ରହିଥିଲା। ସେହି ସମୟରେ ଜଣେ ସାଧାରଣ ମହିଳା ଅସହାୟ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ଏଥିପାଇଁ ସେ ସମସ୍ତଙ୍କର ପ୍ରିୟ ଥିଲେ।  ତାଙ୍କ ମୃତ୍ୟୁପରେ ତାଙ୍କ ଝିଅ ଆନ୍ନା ଜାର୍ଭିସ୍ ମା’ ସ୍ମୃତି ରକ୍ଷା ନିମେନ୍ତ ପ୍ରଥମ ଥର ପାଇଁ ପାଳନ କରିଥିଲେ ‘ମାତୃ ଦିବସ’।

୧୯୧୪ ମସିହା ମେ ୯ ତାରିଖରେ ଆମେରିକାରେ ଏକ ବିଲ୍‌ ପାସ ହୋଇଥିଲା। ସବୁ ବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ରୂପେ ପାଳନ କରାଯିବ ବୋଲି ଏଥିରେ କୁହାଯାଇଥିଲା। ଏହାପରେ ଆମେରିକା, ଭାରତ ଓ ଅନ୍ୟ ଦେଶରେ ଏହା ପାଳନ ଆରମ୍ଭ ହେଲା।

Comment