ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିଛି। ଏହି ସମୟରେ ଗରିବ ଓ ଅସହାୟ ଲୋକମାନେ ମୁଠାଏ ଦାନା ପାଇବା ଅସମ୍ଭବ ହୋଇପଡ଼ୁଥିବାବେଳେ, ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଆଗକୁ ଆସିଛି କିସ୍ ଫାଉଣ୍ଡେସନ। ଏହି ଫାଉଣ୍ଡେସନର ମୁଖ୍ୟ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ରାୟଗଡ଼ା କିସ୍ ଫାଉଣ୍ଡେସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟାଯାଉଛି।

ସୋମବାର ଠାରୁ ରାୟଗଡ଼ା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଅନୁଷ୍ଠାନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟାଯାଉଛି। ଏହି ସେବା ଲକ୍‌ଡାଉନ୍ ସମୟରେ ପ୍ରତିଦିନ ଚାଲିବ ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି। ବିଶେଷକରି ଗରିବ ଓ ଅସହାୟ ଶ୍ରେଣୀର ଲୋକମାନେ ଏଥିରେ ଉପକୃତ ହେବେ।

Comment