ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଛନ୍ତି। ସମ୍ବିଧାନର ଧାରା୮୦ ଅନୁଯାୟୀ ଏହି ମନୋନୟନ କରାଯାଇଛି। ସେ ହେଉଛନ୍ତି ସ୍ୱର୍ଗତ ରାମ ଜେଠମାଲାନିଙ୍କ ପୁଅ ଓ ୨୦୧୨ରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।

ରାଜ୍ୟସଭା ସାଂସଦ ଥିବା ଓଡ଼ିଶାର ରଘୁନାଥ ମହାପାତ୍ରଙ୍କ ନିଧନ ପରେ ଏହି ଆସନଟି ଖାଲି ପଡିଥିଲା। ରଘୁନାଥ ମହାପାତ୍ରଙ୍କୁ ମନୋନୀତ ବର୍ଗରେ ମୋଦି ସରକାରଙ୍କ ସୁପାରିଶ ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ଵାରା ରାଜ୍ୟସଭାକୁ ପଠା ଯାଇଥିଲା।

ବର୍ତ୍ତମାନ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ମହେଶ ଜେଠମାଲାନିଙ୍କ କାର୍ୟ୍ୟକାଳ ମେ’ ୨୦୨୪ ପର୍ୟ୍ୟନ୍ତ ରହିବ ବୋଲି ଜଣାପଡ଼ିଛି।

Comment