ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦବୀରୁ ଇସ୍ତଫା ଦେଲେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ରଥଯାତ୍ରା ଦିନ ରଘୁନାଥ ମହାପାତ୍ର ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି।

ରାଜ୍ୟସଭାକୁ ମନୋନୀତି ହୋଇଥିବାରୁ ରଘୁନାଥ ଆଜି ଲଳିତ କଳା ଏକାଡେମୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଜୁଲାଇ ୧୪ ତାରିଖରେ ରାଷ୍ଟ୍ରପତି ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ଲୋକପ୍ରିୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ, ବିଶିଷ୍ଟ କୃଷକ ନେତା ରାମ ଶକଲ ସିଂହ ଓ ସ୍ତମ୍ଭକାର ରାକେଶ ସିହ୍ନାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ।

ରଘୁନାଥ ମହାପାତ୍ର ସୁନାମଧନ୍ୟ ମୂର୍ତ୍ତିକାର ଭାବେ ବେଶ୍ ପରିଚିତ। ୧୯୪୩ ମସିହା ମାର୍ଚ୍ଚ ୨୪ରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୫ ମସିହାରେ ସେ ପଦ୍ମଶ୍ରୀ, ୨୦୦୧ରେ ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୧୩ରେ ପଦ୍ମବିଭୂଷଣ ପୁରସ୍କାର ପାଇଥିଲେ।

୨୦୧୬ ଜାନୁଆରୀ ୧୬ରେ ରଘୁନାଥ ମହାପାତ୍ର ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବେ ନିଯୁକ୍ତ ହୋଇଥିଲେ।

Comment