ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ପକ୍ଷରୁ ନୂଆ କରି ଆରମ୍ଭ ହୋଇଛି ‘ଓଡ଼ିଶାଲାଇଭ୍ ବିଜନେସ୍ ନଲେଜ୍ ସିରିଜ୍’। ଏହି ଭିଡିଓ କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟର ବିଷୟ ରହିଛି ‘ଥିଙ୍କ୍ ଲାଇକ୍ ଆନ୍ ଅନ୍ତ୍ରପିନିୟର୍’ ବା ଉଦ୍ୟୋଗୀଟିଏ ପରି ଭାବିବା। ଜଣାଶୁଣା ବିଜନେସ୍ ମ୍ୟାନେଜମେଣ୍ଟ୍‌ ସ୍ପିକର୍ ପ୍ରଫେସର ସୋମନାଥ ଦତ୍ତ ଏହି ଭିଡିଓରେ ଏଫେକ୍‌ଚୁଏସନ୍‌ର ୫ଟି ପ୍ରିନ୍ସପଲ୍‌କୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଏଫେକ୍‌ଚୁଏସନ୍‌ର ୫ଟି ପ୍ରିନ୍ସପଲ୍‌

୧. ବର୍ଡ ଇନ୍ ହ୍ୟାଣ୍ଡ

୨. ଆଫୋର୍ଡେବଲ ଲସ୍

୩. ଲେମନେଡ୍

୪. କ୍ରେଜି କ୍ଵିଲ୍‌ଟ

୫. ପାଇଲଟ୍ ଇନ୍ ଦ ପ୍ଲେନ୍ଇଂରାଜୀ ଭାଷାରେ ପ୍ରସାରିତ ଏହି ଭିଡିଓଟି ମ୍ୟାନେଜମେଣ୍ଟ୍ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ଉଦ୍ୟୋଗୀ ତଥା ବ୍ୟବସାୟୀମାନଙ୍କ ପାଇଁ ଉପଯୋଗୀ ହେବ।

ପ୍ରଫେସର ସୋମନାଥ ଦତ୍ତ ଜଣେ ଜଣାଶୁଣା ବିଜନେସ୍ ମ୍ୟାନେଜମେଣ୍ଟ୍‌ ସ୍ପିକର୍। ସେ ଏବେ ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ଵର ଅଧୀନରେ ଥିବା ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍‌ର ଏରିଆ ହେଡ୍ (ଜେନେରାଲ ମ୍ୟାନେଜମେଣ୍ଟ୍‌) ଭାବେ କାର୍ଯ୍ୟ କରୁଛନ୍ତି।

Comment