ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍‌ସିଟି (ବିଜିୟୁ) ବିବିଏର କମେନ୍ସମେଣ୍ଟ ଡେ’ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି କମେନ୍ସମେଣ୍ଟ ଡେ’ରେ ନୂଆ କରି ପ୍ରବେଶ କରିଥିବା ବିବିଏ ପାଠ୍ୟକ୍ରମର ୨୦୧୯-୨୨ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା।

ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଉଥ ଇଣ୍ଡିଆ ବ୍ୟାଙ୍କର ଚିଫ୍‌ ପିପୁଲ ଅଫିସର ଚନ୍ଦ୍ରଶେଖର ମୁଖର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ପାରାଡାଇମ୍‌ କନ୍‌ସଲଟାଣ୍ଟ ଆଣ୍ଡ ରିସୋର୍ସ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରାଗ ଦିଓ୍ୱାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପରାଗ ଦିଓ୍ୱାନ କହିଥିଲେ, ‘‘ବର୍ତ୍ତମାନ ବ୍ୟବସାୟ ପାଇଁ ଅନେକ ସୁବିଧା ଏବଂ ସୁଯୋଗ ରହିଛି। ଆମ ପାଇଁ ପ୍ରତ୍ୟେକ ସମୟ ମୂଲ୍ୟବାନ। ସମୟର ସଦୁପଯୋଗ କରିବା ସହ ଏହାର ମୂଲ୍ୟ ବୁଝନ୍ତୁ।’’

ମୁଖ୍ୟ ଅତିଥି ଚନ୍ଦ୍ରଶେଖର ମୁଖର୍ଜୀ କହିଛନ୍ତି ଯେ ଶିକ୍ଷା ଓ ସମୟ ପ୍ରତ୍ୟେକ ଛାତ୍ରଛାତ୍ରୀ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇଟି ଜିନିଷ ଜୀବନରେ ଠିକ୍ ଓ ଉଚିତ୍ ରାସ୍ତା ଦେଖାଇବ। ଏହାର ସଦୁପଯୋଗ କରନ୍ତୁ।

ଏହି ଅବସରରେ ବିବିଏ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟକୁ ସ୍ୱାଗତ କରାଯାଇଥିଲା।

‘‘ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅତ୍ୟାଧୁନିକ ତଥା ପେସାଦାର ପାଠ୍ୟକ୍ରମ ପ୍ରଦାନ କରିବାରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି ଓଡ଼ିଶାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ନାଁ କରିପାରିଛି। ଏଠାରେ ଅଭିଜ୍ଞ ଶିକ୍ଷକମାନେ ଅଛନ୍ତି। ଗୁଣାତ୍ମକ ଶିକ୍ଷାଦାନ ଉପରେ ଆମେ ସବୁବେଳେ ଧ୍ୟାନ ଦେଇ ଆସୁଛୁ। ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଲାଇବ୍ରେରୀ ଏବଂ ଆଧୁନିକ କ୍ଲାସରୁମ୍ ମଧ୍ୟ ରହିଛି। ଶୈକ୍ଷିକ ବାତାବରଣ ଏହି ଶିକ୍ଷାନୁଷ୍ଠାନର ପରିଚୟ’’, କହିଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ବି କେ ଦାସ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଥିଲେ। ଏଥିରେ ବହୁ ଅଭିଭାବକ ମଧ୍ୟ ସାମିଲ ହୋଇଥିଲେ।

ବିର୍ଲା ସ୍କୁଲ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର୍ ପି ନାୟକ କହିଛନ୍ତି, ‘‘ଦୁନିଆ ପ୍ରତିଦିନ, ପ୍ରତି ଘଣ୍ଟାରେ ବଦଳୁଛି। ବିଦ୍ୟାର୍ଥୀମାନେ ପ୍ରତି ଘଣ୍ଟାର ମୂଲ୍ୟ ବୁଝିବା ନିହାତି ଆବଶ୍ୟକ।’’

ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିବିଏ-ଏଲ୍ଏଲବି ସହ ଏମବିଏ, ଜର୍ଣ୍ଣାଲିଜମ ଭଳି ପେସାଦାର ପାଠ୍ୟକ୍ରମ ମଧ୍ୟ ରହିଛି। ଏହାସହ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍‌ ଏବଂ କମର୍ସ ଆଦି ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧାକର ପଣ୍ଡା, କୁଳସଚିବ ଡକ୍ଟର ବି କେ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comment