ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ତଥ୍ୟ ଅନୁସାରେ ଦେଶରେ ଏବେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷରୁ କମ୍ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୩୪ହଜାର ୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨ହଜାର ୮୮୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।
ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨କୋଟି ୮୪ଲକ୍ଷ ୪୧ହଜାର ୯୮୬ ଓ ମୃତ୍ୟୁସଂଖ୍ୟା ୩ଲକ୍ଷ ୩୭ହଜାର ୯୮୯ରେ ପହଞ୍ଚିଛି। ଏବେ ଦେଶରେ ୧୭ଲକ୍ଷ ୧୩ହଜାର ୪୧୩ଆକ୍ଟିଭ କେସ୍ ରହିଛି। ସେହିପରି ୨୪ ଘଣ୍ଟାରେ ୨ଲକ୍ଷ ୧୧ହଜାର ୪୪୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୬୩ଲକ୍ଷ ୯୦ହଜାର ୫୮୪ ଜଣ ସୁସ୍ଥ ହୋଇଛନ୍ତି।
କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୨୨କୋଟି ୧୦ଲକ୍ଷ ୪୩ହଜାର ୬୯୩ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଏଯାବତ୍ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।













