ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୬ହଜାର ୧୧୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୩୪୫୩ ଜଣ ହୋଇଥିବାବେଳେ, ୨୬୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ସର୍ବାଧିକ ୪୧ ଜଣଙ୍କ ଜୀବନ ନେଇଛି କରୋନା।
ଆଜିର ତଥ୍ୟ ଅନୁସାରେ କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯୫ ଜଣ ଓ ସୁନ୍ଦରଗଡ଼ରୁ ୨୭୨ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୧୬, ବରଗଡ଼ରୁ ୧୬୪, ବାଲେଶ୍ୱରରୁ ୧୯୫, ଯାଜପୁରରୁ ୫୬୩, ସମ୍ବଲପୁରରୁ ୧୦୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Covid-19 Report For 6th June
New Positive Cases: 6118
In quarantine: 3453
Local contacts: 2665(Details of local contacts will be shared by concerned Dist Administration)
District Wise Cases:
1. Angul: 416
2. Balasore: 195
3. Bargarh: 164
4. Bhadrak: 228
5. Balangir: 83— I & PR Department, Odisha (@IPR_Odisha) June 7, 2021
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୧୯ହଜାର ୨୧୪ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୭ହଜାର ୩୫୮ ଜଣଙ୍କୁ ମିଶାଇ ସମୁଦାୟ ୭ଲକ୍ଷ ୩୯ହଜାର ୩୭୬ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୭୬ହଜାର ୭୫୦ ଆକ୍ଟିଭ କେସ୍ ରହିଛି।
Regret to inform the demise of forty one numbers of Covid positive patients while under treatment in hospitals.
1.A 95 years old female of Angul district.
2.A 30 years old male of Balasore district.
3.A 46 years old male of Baragarh district.
— H & FW Dept Odisha (@HFWOdisha) June 7, 2021
ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୧ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଢେ଼ଙ୍କାନାଳ, ଜଗତସିଂହପୁରରୁ ଜଣେ ଲେଖାଏଁ, ବରଗଡ଼ରୁ ଦୁଇଜଣ, ଭୁବନେଶ୍ୱରରୁ ତିନି ଜଣ, ଗଜପତିରୁ ଦୁଇ ଜଣ, ଗଞ୍ଜାମରୁ ତିନି ଜଣ, ଝାରସୁଗୁଡ଼ାରୁ ଦୁଇ ଜଣ, ଯାଜପୁରରୁ ଦୁଇ ଜଣ, ଖୋର୍ଦ୍ଧାରୁ ତିନି ଜଣ, କଳାହାଣ୍ଡିରୁ ଜଣେ, କେଉଁଝର, କେନ୍ଦ୍ରାପଡ଼ା, ନୟାଗଡ଼ରୁ ଜଣେ ଲେଖାଏଁ, ମୟୂରଭଞ୍ଜରୁ ଦୁଇ ଜଣ, ପୁରୀରୁ ଦୁଇ ଜଣ, ସୁବର୍ଣ୍ଣପୁରରୁ ଦୁଇ ଜଣ, ସମ୍ବଲପୁରରୁ ଦୁଇ ଜଣ, ସୁନ୍ଦରଗଡ଼ରୁ ଚାରି ଜଣ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫ ରେ ପହଞ୍ଚିଛି।













