ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଅନେକ ଡାକ୍ତର କରୋନା ମହାମାରୀର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଡାକ୍ତରଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି। ସେହିପରି କରୋନାର ଦ୍ଵିତୀୟ ଲହର ସଂକ୍ରମଣରେ ଆଉ ଜଣେ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ କରୋନା। ସେ ହେଉଛନ୍ତି ଡାକ୍ତର ସୁଶାନ୍ତ କୁମାର ପଣ୍ଡା। ସେ ପୁରୀ ସହରରେ ଥିବା କୋଭିଡ୍ ହସ୍ପିଟାଲର ଆଇସିୟୁ ଦାୟିତ୍ୱରେ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ସ୍ୱର୍ଗତ ପଣ୍ଡାଙ୍କର ସ୍ତ୍ରୀ ଓ ଜଣେ  ପୁଅ ଅଛନ୍ତି।

ଡାକ୍ତର ସୁଶାନ୍ତ କୁମାର ପଣ୍ଡା ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଥିଲା। ପରେ ତାଙ୍କ ମୃତ ଶରୀରକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନଓ୍ବର ବିଶାଳ ସିଂହ ଓ ଡାକ୍ତର ସୁଜାତା ମିଶ୍ରଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

Comment