ଓଡ଼ିଶାଲାଇଭ୍ ବ୍ୟୁରୋ

ମହାମାରୀର ଏହି ସଙ୍କଟ ସମୟରେ ଆମମାନେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିପାରିଲେ ହିଁ କରୋନାବିରୋଧୀ ଲଢ଼େଇକୁ ଜିତି ପାରିବା। ଏପରି ବାର୍ତ୍ତା ଦେଇ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ସୋନାଲିକା ମନ୍ଥନ ନିଜ ପଞ୍ଚାୟତର ସବୁ ଗାଁ ବୁଲି ବୁଲି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି।

ଇଟାମାଟି ଗ୍ରାମପଞ୍ଚାୟତ ପକ୍ଷରୁ ପରିଚାଳିତ ଏହି ସଚେତନତା କାର୍ଯ୍ୟକ୍ରମରେ ସରପଞ୍ଚ ସୋନାଲିକା ମନ୍ଥନ, ଅଙ୍ଗନବାଡି କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ, ଏବଂ ଆଶାକର୍ମୀ ଆଦିଙ୍କୁ ସାଥିରେ ନେଇ ପଞ୍ଚାୟତର ସବୁ ଗାଁକୁ ଯାଉଛନ୍ତି। ସେଠାରେ ସେମାନେ ଲୋକମାନଙ୍କୁ ମାସ୍କ ବାଣ୍ଟିବା ସହ କରୋନା ଉପଯୋଗୀ ସମସ୍ତ ନିୟମ ବିଷୟରେ ସଚେତନ କରୁଛନ୍ତି।  ଏହି ସଚେତନତା କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ଦାଶ, ସରୋଜିନୀ ସାହୁ, ବୁଧେଇ ଦେଇ ପ୍ରମୁଖ ସାମିଲ ହୋଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ ମହିଳା ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

Comment