ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍‌ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହୋଇଛନ୍ତି ୯୭ବର୍ଷୀୟା ବୃଦ୍ଧା ଚଞ୍ଚଳା ବେହେରା। ସେ କରୋନାରେ ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ସେଠାରୁ ଉତ୍ତମ ଚିକିତ୍ସା ପାଇ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେବଳ ଚଞ୍ଚଳା ନୁହଁନ୍ତି, ତାଙ୍କ ପୂର୍ବରୁ ଆଉ କିଛି ବରିଷ୍ଠ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ବାଲେଶ୍ୱରର ଏହି ବୃଦ୍ଧା ଜଣଙ୍କ ଜୁନ୍ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୟସାଧିକ୍ୟ କାରଣରୁ ତାଙ୍କର ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ସମସ୍ୟା ରହିଥିଲା। ଏଥିସହ ବୃଦ୍ଧାଙ୍କର ହୃଦରୋଗ ଜନିତ ସମସ୍ୟା ମଧ୍ୟ ରହିଛି। ତେଣୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଶେଷରେ ସେ ଦୀର୍ଘ ୨୦ଦିନ ସଙ୍ଘର୍ଷ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଘରକୁ ଫେରିବା ସମୟରେ ଚଞ୍ଚଳାଙ୍କ ବୋହୂ ତପସ୍ୱିନୀ ବେହେରା ସମ୍ କୋଭିଡ ହସ୍ପିଟାଲ୍‌ର ପ୍ରଶଂସା କରିବା ସହ ତାଙ୍କୁ ଚିକିତ୍ସା କରିଥିବା କୋଭିଡ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here