ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ଅଞ୍ଚଳର ଏକ ନାବାଳକକୁ ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ୍। ପରେ ଉଦ୍ଧାର ନାବାଳକକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି। ସେଠାରେ ତା’ର ପରିବାର ଲୋକଙ୍କୁ ଖବର ଦିଆଯିବା ସହ, କିଭଳି ତାକୁ ନିଜ ଜନ୍ମସ୍ଥାନକୁ ପଠାଇ ହେବ, ସେ ବ୍ୟବସ୍ଥା କରିଛି ସିଡବ୍ଲ୍ୟୁସି।

ଉଦ୍ଧାର ନାବାଳକର ନାମ ବୀରବଲ୍ଲ। ତାଙ୍କ ଘର ଛତିଶଗଡ଼ ହଟକା ଗାଁରେ। କିଛି ଦିନ ପୂର୍ବେ ବୀରବଲ୍ଲ ଗାଁର କିଛି ଯୁବକଙ୍କ ସହିତ କାମ କରିବାକୁ ଓଡ଼ିଶାର ଭଦ୍ରକ ଜିଲ୍ଲାକୁ ଆସିଥିଲେ। ସେଠାରୁ ପୁଣି ଗାଁକୁ ଫେରିବା ସମୟରେ ଭୁଲବଶତଃ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ଗୁଆନ୍ଦ ଗାଁରେ ପହଞ୍ଚି ଯାଇଥିଲେ।

ନାବାଳକଟିର ଅବସ୍ଥା ଦେଖି ଗୁଆନ୍ଦ ଗାଁର କୈଳାଶ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ଆଶ୍ରୟ ଦେଇଥିଲେ। ପରେ ଗଣମାଧ୍ୟମ ଜରୀଆରେ ନାବାଳକଟିର ଅବସ୍ଥା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ କୈଳାଶ। ୪ଦିନ ପରେ ପୋଲିସ୍ ପହଞ୍ଚି ସମ୍ପୃକ୍ତ ନାବାଳକକୁ ଉଦ୍ଧାର କରି, ସୋମବାର ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି।

Comment