ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜଣେ ଡାକ୍ତର, ୨ ନର୍ସଙ୍କ ସମେତ ୧୨୦ ସୁସ୍ଥ
  • ସୁସ୍ଥ ତାଲିକାରେ ଅଳଙ୍କାର ବ୍ୟବସାୟୀ ଓ ପୋଲିସ୍ କର୍ମଚାରୀ

ନୟାଗଡ଼ ଜିଲ୍ଲାରେ ନିୟମିତ ବ୍ୟବଧାନରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଆଜି ଜିଲ୍ଲାର ୩ ଜଣ ପଜିଟିଭକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ହୋଇଛି। ଆଜିର ସମସ୍ତ ପଜିଟିଭ୍ ନୂଆଗାଁ ବ୍ଲକ ଗାତେରୀ ଟିଏମ୍‌ସିରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି।

ସୁସ୍ଥ ହୋଇଥିବା ୧୨୦ ଜଣଙ୍କ ମଧ୍ୟରେ ଜିଲ୍ଲା ହସ୍ପିଟାଲର ଜଣେ ଡାକ୍ତର ଓ ୨ ଜଣ ଷ୍ଟାଫ୍‌ ନର୍ସ ଅଛନ୍ତି। ଏଥିସହିତ ଜଣେ ପୋଲିସ୍ କର୍ମଚାରୀ, ଅଳଙ୍କାର ବ୍ୟବସାୟୀ ଓ ତା’ଙ୍କ ପରିବାର କେତେକ ସଦସ୍ୟ ସୁସ୍ଥ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ୨୭ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ଜୁଲାଇ ମାସରେ କରୋନା ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ଥିବାରୁ ଲୋକେ ସତର୍କତା ଅବଲମ୍ବନ କରିବା ଜରୁରୀ।

Comment