ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ଜିଲ୍ଲାର କିନ୍ନର ଏଲିନା ଦାସଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵୀକୃତି ପତ୍ର ପ୍ରଦାନ କରାଯାଇଛି। ଜଣେ କିନ୍ନରଭାବେ ସ୍ଵୀକୃତି ପାଇବା ପାଇଁ ଏଲିନା ଅନଲାଇନ ମାଧ୍ୟମରେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଆବେଦନ କରିଥିଲେ। କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ଦାସ, ଜିଲ୍ଲା କାର୍ଯ୍ୟାଳୟରେ ତାଙ୍କୁ କିନ୍ନର ସାର୍ଟିଫିକେଟ ଓ ପରିପଚୟ ପତ୍ର ଦେଇଛନ୍ତି।

କେନ୍ଦ୍ରାପଡା ବ୍ଲକର ଗୋପଛକଠାରେ ରହୁଥିବା କିନ୍ନର ଏଲିନା, ଜିଲ୍ଲାର ପ୍ରଥମ କିନ୍ନର ଭାବେ ଅନଲାଇନ ମାଧ୍ୟମରେ ସରକାରୀ ସ୍ଵୀକୃତି ପତ୍ର ପାଇଛନ୍ତି। ଏଲିନାଙ୍କ ପୂର୍ବରୁ ଜିଲ୍ଲାର ୪ଜଣ କିନ୍ନର ଅଫଲାଇନ ଜରିଆରେ ସେମାନଙ୍କର ପରିଚୟ ପତ୍ର ପାଇସାରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଏହି ସ୍ଵୀକୃତି ପତ୍ର ପାଇବା ଦ୍ଵାରା ସେମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ଦାସ। ଏଥିସହିତ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ସମୁଦାୟ ୯ଜଣ କିନ୍ନର ରହିଥିବା ସେ କହିଛନ୍ତି।

Comment