ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ମୁଖ୍ୟ କାର୍ଯ୍ୟାଳୟଠାରେ ୭୫ତମ ସ୍ୱାଧୀନତା ଦିବସ କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି। ଏହି ଅବସରରେ କୁଳପତି ତଥା ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ଅଭିଭାଷଣ ରଖିଥିଲେ। କୁଳପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।

ଏହାପରେ କୁଳପତି ପ୍ରଫେସର ମହାପାତ୍ର କହିଥିଲେ, “ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି। କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି। ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକମାନେ ପରିସ୍ଥିତିର ସଠିକ ମୁକାବିଲା କରିବା ନିମନ୍ତେ କୋଭିଡ ନିୟମ ଠିକ୍ ଭାବେ ପାଳନ କରିବା ଜରୁରୀ। ସ୍ୱାଧୀନ ଭାରତରେ ଅସାମାଜିକ ତତ୍ତ୍ଵ ଏବେ ଭି ଭରି ରହିଛି। ତେଣୁ ଆମକୁ ମାନସିକ ଓ ଆର୍ଥିକ ସ୍ତରରେ ସ୍ୱାଧୀନ ହେବା ସହ ମାନବିକତାର ମୂଲ୍ୟବୋଧକୁ ମଧ୍ୟ ବୁଝିବା ଆବଶ୍ୟକ।”

ସ୍ୱାଧୀନତା ଦିବସ ଅବସରରେ ସୋଆ କାର୍ଯ୍ୟାଳୟରେ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ସୋଆ ରେଜିଷ୍ଟାର ପ୍ରଫେସର ବିଭୂତି ଭୁଷଣ ପ୍ରଧାନ, ଜଏଣ୍ଟ ରେଜିଷ୍ଟାର ଭୀଷ୍ମ ଚରଣ ଦାସ, ଆଡିସ୍‌ନାଲ୍ ଡିନ୍(ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment