ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ବାଦିକ ଭାବେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ହୋଇଥିବା ରାଉରକେଲାର ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା ସ୍ୱର୍ଗତ ସାହୁଙ୍କ ପତ୍ନୀ ସସ୍ମିତା ସାହୁ ଏବଂ ଝିଅ ସ୍ୱାଗତିକା ସାହୁଙ୍କୁ ପ୍ରଦାନ କରିଛନ୍ତି।ମୃତ ବିଶ୍ୱଜିତ ସାହୁ କିଛି ବର୍ଷ ହେଲା ‘ସମାଜ’ ଖବରକାଗଜର ରାଉରକେଲା ଅଫିସ ପାଇଁ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ସେ ସ୍ଥାନୀୟ ଜଗଦା ଅଞ୍ଚଳରେ ରହୁଥିଲେ। କାର୍ଯ୍ୟରତ ଥିବା ସମୟରେ ୨୦୧୯ ଜୁନ ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।ରାଜ୍ୟ ସରକାରଙ୍କ ଓଡ଼ିଶା କର୍ମଜୀବି ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ-୨୦୦୬ ଅନୁଯାୟୀ ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମିଳିପାରିବ ଜାଣିବା ପରେ ବିଶ୍ଵଜିତଙ୍କ ପତ୍ନୀ ସସ୍ମିତା ସାହୁ ରାଉରକେଲାସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ।

ସମସ୍ତ କାଗଜପତ୍ର ଯାଞ୍ଚ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅର୍ଥ ମଞ୍ଜୁର କରିଥିଲେ। ଗତ ୨୪ ତାରିଖ ଦିନ ଅନୁକମ୍ପା ରାଶି ସସ୍ମିତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା। ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଉପସ୍ଥିତ ଥିଲେ।

Comment