ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୭୪ତମ ଭାରତୀୟ ସ୍ଥଳସେନା ଦିବସ। ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଚିଫ୍‌ ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେବେଠାରୁ ଏହି ଦିନଟିକୁ ସେନା ଦିବସ ଭାବେ ପାଳନ କରାଯାଉଛି।କରିଅପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା।ପ୍ରତିବର୍ଷ ଭଳି ଆଜିବି ସେନାର ସହିଦ ଯବାନଙ୍କ ବଳିଦାନକୁ ମନେ ପକାଇବା ସହିତ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ ଯବାନଙ୍କ ବଳିଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଏହି ଅବସରରେ ଦିଲ୍ଲୀର ଯୁଦ୍ଧ ମେମୋରିଆଲରେ ତିନି ସେନାର ମୁଖ୍ୟ ତଥା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକ ରାମ ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here