ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ମାଡ଼ ମାମଲାର ରାୟ ପ୍ରକାଶ ପାଇଛି। ସୋମବାର ଦୁଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ। ଏହି ମାମଲାର ଦୁଇ ଦୋଷୀ ସନ୍ତୋଷ ବେଦାନ୍ତ ଏବଂ ତା’ର ସହଯୋଗୀ ଅନୀଲ ଦଳସିଂହରାୟକୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଏତେ ବର୍ଷ ପରେ ଦୁଇ ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନ କରାଯାଇଥିବାରୁ ପୀଡ଼ିତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଭୟ ଦୋଷୀ ଆଜୀବନ ଜେଲରେ କାଟନ୍ତୁ ବୋଲି କହିଛନ୍ତି ପ୍ରମୋଦିନୀ।

ଗତ ୨୦୦୯ ମସିହା ଏପ୍ରିଲ ୧୮ ତାରିଖରେ ତିର୍ତ୍ତୋଳ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀ ରାଉଳଙ୍କ ଉପରେ ଏସିଡ ମାଡ଼ କରାଯାଇଥିଲା। ସନ୍ତୋଷ ବେଦାନ୍ତ ଏବଂ ତା’ର ସହଯୋଗୀ ଅନୀଲ, ପ୍ରମୋଦିନୀଙ୍କ ଉପରକୁ ଏସିଡ ଫୋପାଡ଼ି ଫେରାର ହୋଇଯାଇଥିଲେ। ଏଥିରେ ପ୍ରମୋଦିନୀଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡ଼ିଯାଇଥିଲା। ୫ ବର୍ଷ ଚିକିତ୍ସିତ ହେବା ପରେ ୨୦୧୪ ମସିହାରେ ସେ ଚାଲିବାକୁ ସକ୍ଷମ ହୋଇଥିଲେ।

ପ୍ରମୋଦିନୀଙ୍କ ଅଭିଯୋଗକୁ ଆଧାର କରି ୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତା’ର ସହଯୋଗୀ ଅନୀଲ ଦଳସିଂହରାୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେବେଠାରୁ ଏହି ମାମଲା ଜଗତସିଂହପୁର ଏଏସଜେ ମହିଳା କୋର୍ଟରେ ବିଚାରଧୀନ ରହିଛି।

Tags: #PramodiniRoulAccideAttack #AcideAttackCase #ASJWomenCourt #Victim

LEAVE A REPLY

Please enter your comment!
Please enter your name here