ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ଏସିଡ୍‌ ଆକ୍ରମଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯେଉଁଥିରେ ୨ଜଣିଆ ଖଣ୍ଡପୀଠ ଏସିଡ୍‌ ଆକ୍ରମଣ ନେଇ ରାୟ ଦେଇଛନ୍ତି। କୋର୍ଟ ଏକ ମାମଲାର ରାୟ ଶୁଣାଇ କହିଛିନ୍ତି ଏସିଡ୍‌ ଆକ୍ରମଣ ଏକ ଅସଭ୍ୟ ଓ ବର୍ବରକାଣ୍ଡ। ଏସିଡ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ କ୍ଷମା ଦେବା ଆଦୌ ଯୋଗ୍ୟ ନୁହଁ।

୨୦୦୪ ମସିହାରେ ହିମାଚଳ ପ୍ରଦେଶରେ ଜଣେ ୧୯ବର୍ଷୀୟ ଝିଅ ଉପରେ ହୋଇଥିବା ଏସିଡ୍‌ ଆକ୍ରମଣ ମାମଲାର ଶୁଣାଣିକରି ଏହି ରାୟ ଶୁଣାଇଛନ୍ତି। ଜଣେ ୧୯ବର୍ଷୀୟ ଝିଅ କଲେଜରୁ ଫେରୁଥିବା ସମୟରେ ତାଙ୍କ ଉପରେ ୨୦୦୪ ମସିହାରେ ୨ଜଣ ବ୍ୟକ୍ତି ଏସିଡ୍‌ ଆକ୍ରମଣ କରିଥିଲେ।

ଜଷ୍ଟିସ ଏ.ମ.ଖାନୱାଲିକର ଓ ଜଷ୍ଟିସ୍‌ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ ଶୁଣାଣି କରିଛନ୍ତି, “ଖଣ୍ଡପୀଠ କହିଛନ୍ତି ଏହା ଏକ ଆମାନବୀୟ ଓ ଦୃହୟ ବିଦାରକ ଅପରାଧ। ଏହି ଅପରାଧ କ୍ଷମଣୀୟ ନୁହଁ।”

ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି କି, “ଏହି ଘଟଣା ପରେ ପୀଡ଼ିତା ନିଜ ମାନସିକ ସ୍ତରରେ ଦୁର୍ବଳ ହୋଇଥାଏ। ଏହି ପରିସ୍ଥିତିରେ ଦୋଷୀକୁ ଦଣ୍ଡ କିମ୍ବା ପୀଡ଼ିତାଙ୍କୁ ଅନୁକମ୍ପାରାଶି ଦେଇ ଦେବା ଯଥେଷ୍ଟ ନୁହଁ।”

ଏହାସହିତ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟପ୍ରଦେଶ ହାଇକୋର୍ଟ ଲଗାଇଥିବା ୧୦ବର୍ଷର ଦଣ୍ଡକୁ କମାଇ ୫ବର୍ଷ କରିଛନ୍ତି। ଏହାସହିତ ଜରିମାନା ରାଶିକୁ ବଢ଼ାଇଛନ୍ତି ସୁପ୍ରିମକୋର୍ଟ।

Comment