ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଆଜିଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି।

ତେବେ କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ କରାଯାଇଛି ସଂକ୍ଷେପରେ ଜାଣନ୍ତୁ –

  • କୃଷି ପାଇଁ ୨୧ ହଜାର ୧୬୬ କୋଟି ଟଙ୍କା ବ୍ୟୟ ଅଟକଳ
  • କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟ ବରାଦ
  • କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟ ବରାଦ
  • ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟ ବରାଦ
  • କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ବ୍ୟବସ୍ଥା
  • ରାଜ୍ୟରେ ୧୨,୫୦୦ ନଳକୂପ ଖନନ ହେବ – ଏଥିପାଇଁ ବ୍ୟୟବରାଦ ହୋଇଛି ୪୦୦ କୋଟି
  • ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ
  • ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦,୭୫୯ କୋଟି
  • ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ
  • ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି ବ୍ୟୟ ଅଟକଳ
  • ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି ବ୍ୟୟ ବରାଦ
  • ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ଏସଏଚଜିଗୁଡ଼ିକୁ ମିଳିବ ୩୮ କୋଟି ଟଙ୍କା
  • ପ୍ରଶାସନିକ ରାଜସ୍ୱ ବ୍ୟୟ ବାବଦକୁ ୭୪,୨୬୧ କୋଟି
  • ଦରମା ପାଇଁ ୨୯,୨୪୮ କୋଟି – ପେନସନ୍ ପାଇଁ ୧୮,୨୨୧ କୋଟି
  • ସୁଧ ଦେୟ ପାଇଁ ୮୪୬୭ କୋଟି, ସଂପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮୫୬ କୋଟି
  • ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୨୧୦ କୋଟି ଟଙ୍କା ଅଟକଳ
  • ବ୍ୟୟ ଅଟକଳ ପାଇଁ ରାଜସ୍ୱ ପ୍ରାପ୍ତିରୁ ଖର୍ଚ୍ଚ ହେବ ୧,୬୩,୯୬୭ କୋଟି
  • ଋଣ ଓ ଅନ୍ୟାନ୍ୟ ବାବଦରୁ ପ୍ରାପ୍ତ ୩୬ ହଜାର ୩୩ କୋଟି ଖର୍ଚ୍ଚ ହେବ

Comment