ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦ ଡ୍ୟାମର ୪ଟି ଗେଟକୁ ବନ୍ଦ କରାଗଲା। ଡ୍ୟାମରେ ଥିବା ଜଳସ୍ତରର ସ୍ଥିତି ଅନୁଧ୍ୟାନ କରାଯିବା ପରେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟକୁ ବନ୍ଦ କରାଯାଇଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ ୩୬ଟି ଗେଟ ଦେଇ ହୀରାକୁଦର ଜଳ ନିଷ୍କାସିତ ହେଉଛି।

ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରୁ ହୀରାକୁଦର ୪୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା। ଏବେ ଜଳସ୍ତର କମୁଥିବାରୁ ସବୁ ଦିଗକୁ ଦୃଷ୍ଟିରେ ରଖି ଆଜି ୪ଟି ଗେଟ ବନ୍ଦ କରାଯାଇଛି। ଜଳସ୍ତରର ସ୍ଥିତି ଆକଳନ କରାଯାଇ ଅନ୍ୟ ଗେଟଗୁଡ଼ିକୁ ବନ୍ଦ କରାଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Tags: #FloodSituation #FloodinOdisha #HirakudGate

Comment