ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନର ବ୍ୟବଧାନ ପରେ ରାୟଗଡ଼ି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟରକୁ ନେଇ ଭୟଭୀତ ହୋଇଯାଇଛନ୍ତି ଲୋକେ। ଶୁକ୍ରବାର ଦିନ ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ଏବଂ ଅମ୍ବାଦଳା ଥାନା ହାଟଦହିଖାଲ ଛକରେ ଗୋଟିଏ ଗୋଟିଏ ପୋଷ୍ଟାର ଲଗାଯାଇଛି।

ବିଏସପି ନେତା ଜିତୁ ଜାକେସିକି ଡଙ୍ଗରିଆ ସମ୍ପ୍ରଦାୟର ହୋଇନଥିଲେ ମଧ୍ୟ ନିଜକୁ ଡଙ୍ଗରିଆ ଭାବରେ ପରିଚୟ ଦେଉଛନ୍ତି। କଣ୍ଟ୍ରାକ୍ଟର, ଅଫିସର ଓ ଦଲାଲମାନଙ୍କୁ ଡରାଇ ଟଙ୍କା ନେଉଛନ୍ତି। ବେଦାନ୍ତ କମ୍ପାନିଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିବାରୁ ତାଙ୍କୁ ପ୍ରଜାକୋର୍ଟରେ ଶାସ୍ତି ଦିଆଯିବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ଲାଲ ସଲାମ ଲେଖାଯାଇଥିବାରୁ ମାଓବାଦୀମାନେ ଏହି ପୋଷ୍ଟର ଲଗାଇଥିବା ସନ୍ଦେହ କରାଯାଉଛି।

Tags: #Rayagada #Poster #MaowadiPoster #Munikhola

Comment