ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ଦିନ ହେଲା ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଧରି ୫୫ ଫୁଟର ବୋରୱେଲ ଭିତରେ ଫସି ରହିଛି ୮ ବର୍ଷର ତନ୍ମୟ। ତନ୍ମୟକୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜଳାଇଛନ୍ତି ଉଦ୍ଧାରକାରୀ ଦଳ। ପ୍ରାୟ ୪୪ ଫୁଟର ସୁଡଙ୍ଗ ଖୋଳା କାମ ଶେଷ ହୋଇଥିବାବେଳେ ତନ୍ମୟକୁ ଖୁବ୍ ଶୀଘ୍ର ଉଦ୍ଧାର କରାଯିବ ବୋଲି ଉଦ୍ଧାରକାରୀ ଦଳ କହିଛନ୍ତି। ଏପଟେ ତନ୍ମୟର ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ପୂଜାପାଠ ଆରମ୍ଭ କରିଛନ୍ତି।
ବୋରୱେଲର ଗଭୀରତା ୪୪୦ ଫୁଟ ହୋଇଥିବାବେଳେ ୫୫ ଫୁଟରେ ଅଟକି ରହିଛି ତନ୍ମୟ। ପାଇପ ଯୋଗେ ତନ୍ମୟକୁ ଅମ୍ଳଜାନ ଯୋଗାଇ ଦିଆଯାଉଛି।
ଗତ ୬ ତାରିଖ ସନ୍ଧ୍ୟାରେ ମଧ୍ୟପ୍ରଦେଶ ବିତୁଲ ଜିଲ୍ଲା ମାନ୍ଦବୀ ଗାଁର ସୁନୀଲ ଦିୟାବ ପୁଅ ତନ୍ମୟକୁ ସାଙ୍ଗରେ ନେଇ ବିଲକୁ ଯାଇଥିଲେ। ବିଲରେ ଥିବା ବୋରୱେଲ ଭିତରକୁ ଚାହୁଁଥିବାବେଳେ ତନ୍ମୟ ଗୋଡ଼ ଖସିଯାଇ ଥିଲା। ତନ୍ମୟକୁ ଉଦ୍ଧାର କରିବା ଲାଗି ଏନଡିଆରଏପ ଏବଂ ଏସଡିଆରଏଡ ଟିମ୍ ନିୟୋଜିତ ହୋଇଛନ୍ତି।
Tags: #TanmayStuckinBorewell #RescueOperation #Madhyapradesh

















