ଓଡ଼ିଶାଲାଇଭ୍ ବ୍ୟୁରୋ

୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବର୍ଷ ୨୦୨୨ ପାଇଁ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯିବ। ଏଥର ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ନିକଟରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କୁ  ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ମିଳିବ।

ଓଡ଼ିଶାର ମାଗୁଣି ଚରଣ କୁଅଁର କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ  ପଟ୍ଟାୟତ ସାହୁଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ରଙ୍ଗବତୀ ଗୀତର ଗାୟିକା କ୍ରିଷ୍ଣା ପଟେଲ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି

ଚଳିତ ବର୍ଷ ମୋଟ ୬ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ। କଳା ପାଇଁ ମହାରାଷ୍ଟ୍ରର ଜାକିର ହୁସେନ, ଜନସେବା ପାଇଁ କର୍ଣ୍ଣାଟକର ଏସ୍‌ଏମ୍ କ୍ରିଷ୍ଣା, ବିଜ୍ଞାନ ପାଇଁ ଶ୍ରୀନିବାସ ବର୍ଦ୍ଧନଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିବ। ଏହାଛଡା ଗୁଜୁରାଟର ବାଲକୃଷ୍ଣ ଦୋସୀଙ୍କୁ ସ୍ଥାପତ୍ୟ ପାଇଁ ମରଣୋତ୍ତର  ପଦ୍ମ ବିଭୂଷଣ ସମ୍ମାନ, ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ଦିଲୀପ ମହଲାନବିସଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ଏବଂ ଜନସେବା ପାଇଁ ଉତ୍ତରପ୍ରଦେଶର ମୁଲାୟମ ସିଂହ ଯାଦବଙ୍କୁ  ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ମିଳିବ

 

ସେହିପରି ଏସ୍ଏଲ୍ ବୀରାପ୍ପା, କୁମାର ମଙ୍ଗଲମ୍ ବିର୍ଲା, ବୈଜ୍ଞାନିକ ଦୀପକ ଧର, ବାଣୀ ଜୟରାମ, ସୁଧା ମୂର୍ତ୍ତି, କମଲେଶ ଡି ପଟେଲ ପ୍ରମୁଖଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ।

Tags: #PadmaAwards #2022 #4Odias #PresidentOfIndia #Odisha #India

 

Comment