ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ମୃତକମାନଙ୍କ ମଧ୍ୟରୁ ୧୭୦ ଜଣଙ୍କର ମୃତଦେହ ଭୁବନେଶ୍ୱର ଅଣାଯାଇଛି। ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ ଶବାଗାରରେ ଏହି ମୃତଦେହଗୁଡ଼ିକୁ ରଖାଯିବାକୁ ବ୍ୟବସ୍ଥା କରାଯାଇଛି।

ମୃତଦେହ ଚିହ୍ନଟ ନହେବା ପର୍ଯ୍ୟନ୍ତ ସେଗୁଡ଼ିକୁ ଶବାଗାରରେ ରଖାଯିବ। ମୃତଦେହର ପରିଚୟ ନମିଳିଲେ ସେମାନଙ୍କର ଡିଏନଏ ଏବଂ ଅନ୍ୟାନ୍ୟ ଫରେନ୍ସିକ ସଂଗ୍ରହ କରାଯିବ।

ବାହାନଗା ରେଳ ଧାରଣାକୁ ସଜାଡ଼ି ଟ୍ରେନ ଚଳାଚଳ ସ୍ଵାଭାବିକ କରିବାକୁ ପ୍ରୟକ୍ରିୟା ଜାରି ରହିଛି। ଟ୍ରାକରେ ପଡ଼ିରହିଥିବା ବଗିକୁ ଉଠାଯାଉଥିବା ସମୟରେ ଆଉ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ଆଗକୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ରାଜ୍ୟର ମୋଟ ୨୬ଟି ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅନେକ ଆହତ ଚିକିତ୍ସା ପରେ ଘରକୁ ଫେରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

Tags: #Train #TrainAccident #deadBody #CoromandelExpressTragedy #BalasoreBahanaga

Comment