ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ବାହାନଗା ଷ୍ଟେସନରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଗୋଟିଏ ନୁହେଁ ତିନି ତିନିଟି ଟ୍ରେନ ଦୁର୍ଘଟଣାଗ୍ରସ୍ଥ ହୋଇ ୨୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୯୦୦ରୁ ଅଧିକ ଯାତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାରି ମଧ୍ୟରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ରେଳମନ୍ତ୍ରୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରି କହିଛନ୍ତି ବାହାନଗା ରେଳ ଷ୍ଟେସନ ନିକଟର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟ ବିଦାରକ। ଏହି ମର୍ମନ୍ତୁଦ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫଶି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଶୁକ୍ରବାର ରାତିରୁ ଲାଗି ପଡ଼ିଛନ୍ତି ରେଳ ବିଭାଗ, ଏନଡିଆରଏଫ୍ ଟିମ, ଏସଡିଆରଏଫ୍ ଟିମ୍। ମୃତାହତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

Tags: #Train #TrainAccident #AshwiniVaishaw #CoromandelExpressTragedy #Death #Accident #BalasoreBahanaga #RescueOperation

Comment